ubss

 ବିପଦ ସମୟରେ ଉଦ୍ଧାରକାରୀଙ୍କ ଦକ୍ଷତା ବିକାଶ ପାଇଁ ଆଧୁନିକ କୌଶଳର ଉପଯୋଗୀତା ଅନିବାର୍ଯ୍ୟ : ସୁଧିର କୁମାର 



ଭୁବନେଶ୍ୱର,୨୬/୦୮:ଆଜି ଋାଷ୍ଟ୍ରୀୟ ସେବା ଭାରତୀ, ନୂଆ ଦିଲ୍ଲୀ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା “ଆପଦା ପ୍ରବନ୍ଧନ ପ୍ରଶିକ୍ଷଣ ଶିବିର” ମଞ୍ଚେଶ୍ୱର ସ୍ଥିତ ସେବା ପରିସର ମଧ୍ୟରେ ଉଦ୍‍ଘାଟିତ ହୋଇଯାଇଛି । ଏହା ତା.୨୬.୦୮.୨୩ ଓ ୨୭.୦୮.୨୦୨୩ ଦୁଇ ଦିନ ଧରି ଚାଲିବ । ଏହି ପ୍ରଶିକ୍ଷଣ ଶିବିରରେ ପ୍ରାକୃତିକ ବିପର୍ଯ୍ୟୟ ଓ ଆକଷ୍ମିକ ଦୁର୍ଘଟଣାରେ କିପରି ଧନ ଜୀବନ ରକ୍ଷା କରିବା ସହିତ ତୁରନ୍ତ ଏବଂ ଉପଯୁକ୍ତ ସେବା ଯୋଗାଇ ଦିଆ ଯାଇପାରିବ ସେଥିପାଇଁ ଏନ୍‍.ଡି.ଆର.ଏଫ୍‍, ରେଡକ୍ରସ୍‍ ଓ ଅଗ୍ନିସମ ବିଭାଗ, ଓଡିଶା ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହି ପ୍ରଶିକ୍ଷଣ ଶିବିରରେ ୬ ଗୋଟି ରାଜ୍ୟ ଯଥା ଓଡିଶା, ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ, ଆସାମ ଓ ବିହାର (୧୩ ଟି ପ୍ରାନ୍ତର) ସ୍ୱୟଂସେବକମାନେ  ଭାଗ ନେଇଛନ୍ତି । 

 ଋାଷ୍ଟ୍ରୀୟ ସେବା ଭାରତୀର ସଂଗଠନ ସଚୀବ ଶ୍ରୀ ସୁଧିର ଜୀ ଉଦ୍‍ବୋଧନ ଦେଇ କହିଥିଲେ ଯେ, ଆପଦା ସମୟରେ ସ୍ୱୟଂସେବକ ମାନଙ୍କର ଦକ୍ଷତାରେ ବିକାଶ ସାମ୍ପ୍ରତିକ ପରିସ୍ଥିତିରେ ଜରୁରୀ ହୋଇ ପଡିଛି । ଆଧୁନିକ ଜ୍ଞାନକୌଶଳର ସାହାଯ୍ୟ ନେଇ କେମିତି ସୁଚାରୁରୂପେ ଆପଦା ସମୟରେ ଧନ, ଜନ ଓ ଜୀବନର ସୁରକ୍ଷା ହୋଇ ପାରିବ ତା ଉପରେ ଗୁରୁତ୍ୱ ଦେଇଥିଲେ । ଏନ୍‍. ଡି. ଆର୍‍. ଏଫ୍‍. ର ଡେପୁଟି କମାଣ୍ଡାଣ୍ଟ ଶ୍ରୀଯୁକ୍ତ ଧନଞ୍ଜନୟ ଆପଦା ପୂର୍ବରୁ, ଆପଦା ସମୟରେ ଓ ଆପଦା ପରେ କିଭଳି ବିପନ୍ନ ଲୋକମାନଙ୍କୁ ସଜାଗ କରିବା ସଙ୍ଗେ ସଙ୍ଗେ ତାହାର ବିକଶିତ ଆଧୁନିକ ଜ୍ଞାନ କୌଶଳର ପ୍ରୟୋଗ ମାଧ୍ୟମରେ ସମସ୍ୟାର ଆଶୁ ସମାଧାନ ହୋଇ ପାରିବ ସେ ବିଷୟରେ ମତ ରଖିଥିଲେ । ଇଣ୍ଡିଆନ ରେଡ୍‍କ୍ରସ୍‍ ସୋସାଇଟିର ଭାଇସ୍‍ ଚେୟାର ମ୍ୟାନ୍‍ ପଣ୍ଡାରେ ଜୀ ଆପଦା ସମୟରେ ରେଡ୍‍କ୍ରସର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ରାଷ୍ଟ୍ରୀୟ ସେବା ଭାରତୀର କ୍ଷେତ୍ରୀୟ ସେବା ପ୍ରମୁଖ ଶ୍ରୀ ଜଗଦୀଶ ପ୍ରସାଦ ଖାଡଙ୍ଗା ଆପଦା ସମୟରେ ସ୍ୱୟଂସେବକ ଏବଂ ରାଷ୍ଟ୍ରୀୟ ସେବା ଭାରତୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ରଖିଥିଲେ । 

 ଉତ୍କଳ ବିପନ୍ନ ସହାୟତା ସମିତିର ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ବିଟ୍ଟଙ୍କ ଅଧ୍ୟକ୍ଷତାରେ ଶିବିରଟି ଉଦ୍‍ଘାଟିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଡଃ. ଅନନ୍ତ ପଣ୍ଡାରେ, ଭାଇସ୍‍ ଚେୟାର ମ୍ୟାନ୍‍, ଇଣ୍ଡିଆନ ରେଡ୍‍କ୍ରସ ସୋସାଇଟି, ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ଧନଞ୍ଜୟ କୁମାର, ଡେପୁଟି କମାଣ୍ଡାଣ୍ଟ, ୩ୟ ବାଟାଲିୟାନ୍‍ (ଏନ୍‍.ଡି.ଆର୍‍.ଏଫ୍‍), ମୁଖ୍ୟବକ୍ତା ଭାବେ ଶ୍ରୀମାନ ସଧିର କୁମାର, ସଂଗଠନ ମନ୍ତ୍ରୀ, ରାଷ୍ଟ୍ରୀୟ ସେବା ଭାରତୀ, ଶ୍ରୀମାନ ବିଜୟ ପୌରାଣିକ, ସଂଯୁକ୍ତ ମହାମନ୍ତ୍ରୀ, ରାଷ୍ଟ୍ରୀୟ ସେବା ଭାରତୀ ଏବଂ ଶ୍ରୀମାନ ଜଗଦୀଶ ପ୍ରସାଦ ଖାଡଙ୍ଗା, ପୂର୍ବକ୍ଷେତ୍ର ସେବା ପ୍ରମୁଖ ଯୋଗ ଦେଇଥିଲେ ।




Comments